ଗଂଜାମ, 24 ଅଗଷ୍ଟ (ହି.ସ.) ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ଗଂଜାମ ଜିଲ୍ଲାର ପ୍ରାୟ ସମସ୍ତ ଶିବ ମନ୍ଦିର ଗୁଡିକରେ କାଉଡିଆଙ୍କ ପ୍ରବଳ ଭିଡ ଲାଗିଛି। ଗତ ବିଳମ୍ବିତ ରାତ୍ରିରୁ କାଉଡିଆମାନେ ପବିତ୍ର ଜଳାଶ୍ରୟରୁ ଜଳ ସଂଗ୍ରହ କରି ଭାରରେ ଜଳ ଆଣି ବିଭିନ୍ନ ଶିବମନ୍ଦର ସମ୍ମୁଖରେ ଧାଡି ବାନ୍ଧି ରହିଥିଲେ । ପ୍ରତ୍ୟୁସରରେ ଦ୍ୱାର ଖୋଲିବା ପରେ କାଉଡିଆମାନେ ଶିବ ଲିଂଗଉପରେ ଜଳାଭିଶେକ କରି ମନକାମନା ପୂରଣ କରିଥିଲେ। ବ୍ରହ୍ମପୁର ରଗୋକନେଶ୍ୱର , ଉତ୍ତରେଶ୍ୱର, ନୀଳକଣ୍ଠେଶ୍ୱର, ଗୋପାଳପୁର ନିକଟ ଧବଳେଶ୍ବର, ବୁଦ୍ଧେଶ୍ୱର,ରାମେଶ୍ବର, ଅନନ୍ତେଶ୍ୱର,ବାଲୁକେଂଶ୍ୱର, ନାଗେଶ୍ୱର ସୁନ୍ଦରେଶ୍ୱର ଓ ସୋମେଶ୍ୱର ପ୍ରଭୃତି ଶିବାଳୟଗୁଡିକରେ କାଉଡିଆମାନେ ଭିଡ ଜମାଇ ହରହର ମହାଦେବ ଭୋଳାଶଂକର ଧ୍ୱନିରେ ପ୍ରକତ୍ମିତ କରି ଭକ୍ତି ଭାବ ପ୍ରଦର୍ଶନ କରୁଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ
Regional


