

ବଲାଙ୍ଗୀର, ୨୪ ଅଗଷ୍ଟ(ହି.ସ.) – ବଲାଙ୍ଗୀରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନର ଏକବିଂଶତମ ପ୍ରତିଷ୍ଠା ଦିବସ ଏବଂ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଅନାଥଙ୍କ ମାଆ ପାର୍ବତୀ ଗିରିଙ୍କ ଏକତିରିଶ ତମ ଶ୍ରାଦ୍ଧ ଉତ୍ସବ ରାଧାକୃଷ୍ଣ ମନ୍ଦିର ବଲାଙ୍ଗୀର ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେରେ ପାର୍ବଣରେ ଅବସରପ୍ରାପ୍ତ ସାମରିକ ଅଧିକାରୀ କର୍ଣ୍ଣେଲ ବିଶ୍ୱଜିତ ଦାସ ମୁଖ୍ୟଅତିଥି ଏବଂ ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର କୁମାର ଝାଙ୍କର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଡ. ପ୍ରେମଚାନ୍ଦ ମହାନ୍ତି ଏବଂ ଉପଦେଷ୍ଟା ଜଗଦାନନ୍ଦ ଛୁରିଆ ତାଙ୍କ ବକ୍ତବ୍ୟରେ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜୀବନଦର୍ଶ ଉପରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଶ୍ରୀ ଦାସ ସମାଜରୁ ଦୁର୍ନିତିକୁ ହଟାଇ ଏକ ସୁନ୍ଦର ଓ ଦୁର୍ନିତିମୁକ୍ତ ସମାଜ ଗଠନ କରିବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ଝାଙ୍କର ଅମୃତମୟ ସମାଜ ଗଠନରେ ନାରୀ ବିଷୟରେ ବକ୍ତବ୍ୟ ରଖି କହିଥିଲେ ଯେ ନାରୀକୁ ଆମେ ଯଥେଷ୍ଟ ସୁରକ୍ଷା ଦେଇ ପାରିଲେ ନାରୀ ନିଜେ ସ୍ୱୟଂସିଦ୍ଧା ହୋଇ ଆଗକୁ ବଢ଼ି ସମାଜକୁ ଅମୃତମୟ କରିପାରିବ ଏବଂ ନାରୀ ପ୍ରଗତି ବିନା ସମାଜ ସମୃଦ୍ଧ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିପାଇଁ ଅନାଥର ମାଆ ପାର୍ବତୀ ଗିରିଙ୍କୁ ବୁଝିବାକୁ ପଡ଼ିବ ବୋଲି କହିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ମଦନ ମୋହନ ରଥ ସଂଗଠନର ୨୧ ବର୍ଷ ଜୟଯାତ୍ରା ସମ୍ପର୍କରେ କହିଥିଲେ। ସମ୍ପାଦକ ସୁନାଧର ବନଛୋର ବାର୍ଷିକ ବିବରଣୀ ପଠନ କରିଥିଲେ। ସଭାକୁ ମଧୁ ସାହୁ ପରିଚାଳନା କରିଥିଲେ। ସମ୍ବର୍ଦ୍ଧନା ପର୍ବକୁ ପରିଚାଳନା ଓ ଅତିଥି ପରିଚୟ କବି ରତ୍ନମୟ ତ୍ରିପାଠୀ କରିଥିଲେ। ବିଶିଷ୍ଟ ସଂସ୍କୃତି ଗବେଷଣ ଡ. ଘାସିରାମ ମିଶ୍ରଙ୍କୁ ମର୍ଯ୍ୟାଦାଜନକ ବହ୍ନିକନ୍ୟା ପାର୍ବତି ଗିରି ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡା. ସୁରଜିତ କୁମାର ନାଏକ, ସୌମେନ୍ଦ୍ରୀ ବାରିକ, ଡା. ଦାମୋଦର ମିଶ୍ର, ଜ୍ୟୋତି ପ୍ରକାଶ ଗଡ଼ତ୍ୟା, ରାତ୍ର ବିଶ୍ୱାଲ, ସତ୍ୟବାଦୀ ନାଏକ, ଡା. କୃଷ୍ଣପ୍ରସାଦ ମିଶ୍ର, ଡ. ବି.ଏନ୍. ଶ୍ରୀକାନ୍ତ ପଟ୍ଟନାୟକ, ଅଜୟ ଅମର ସିଂଦେଓ, ସୁରେନ୍ଦ୍ର କୁମାର ପଟେଲ, ଦେବୀପଚାନ୍ଦ ବେହେରା, ପୁରନ୍ଦର ଗଡ଼ତ୍ୟା, ଶରତ ଚନ୍ଦ୍ର ଶତପଥି ଓ କବି ସନ୍ଦୀପ କୁମାର କୁଅଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଅତିଥିମାନେ ପାର୍ବତୀ ଗିରି ସେବା ସମ୍ମାନ ୨୦୨୬ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦେବ ପ୍ରସାଦ ମହାନ୍ତି, ପ୍ରଦୀପ ପଶାୟତ, କପିଳ ପତି, ଚୁଡ଼େନ୍ଦ୍ର ବେହେରା, ଦୁର୍ଗା ସାହୁ, ଶୁଭେନ୍ଦ୍ର ନେପାକ, ସୀତାଂଶୁ ନାୟକ, ରଶ୍ମିତା ପାତ୍ର, ଅରୁଣ ଖୁଆସ, ନନ୍ଦିନୀପ୍ରଭା ଶତପଥି, ସୁରଥ ସାହୁ, ନିରୁପମା ମିଶ୍ର, ପ୍ରଶାନ୍ତ ଷଡ଼ଙ୍ଗୀ, ଧିରେନ୍ଦ୍ର ନାରାୟଣ ସିଂଦେଓ, ଗୋପାଳଜୀ ଚୌଧୁରି, ମାଳତି ଉଦ୍ଗାତା, ଅର୍ଚ୍ଚନା ମିଶ୍ର, ଶାନ୍ତନୁ ମିଶ୍ର, ଗିରିଜା ଶଙ୍କର ରଥ, ଜୟରାମ ମିଶ୍ର, ସତ୍ୟବନ୍ତ ବେଦବାକ, ଡ. ଭବାନୀ ଶଙ୍କର ପଟେଲ, ସଂଯୁକ୍ତା ମିଶ୍ର, ମିନାକ୍ଷୀ ଗୁରୁ ଓ ସୌଦାମିନୀ ମିଶ୍ର।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


