

ସମ୍ବଲପୁର, ୧୮, ଅଗଷ୍ଟ (ହି.ସ.) ଧାନ କିଣା ପାଇଁ କୃଷକ ପଞ୍ଜୀକରଣ ଜଟିଳତା ନେଇ ଚାଷୀ-ପ୍ରଶାସନ ଆଲୋଚନା
ଜିଲ୍ଲାରେ ଧାନ କିଣା ପାଇଁ କୃଷକ ପଞ୍ଜୀକରଣ ପ୍ରକ୍ରିୟାରେ ଦେଖାଦେଇଥିବା ଜଟିଳତାକୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀ ଓ ପ୍ରଶାସନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏନେଇ ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ସୂଚନା ମିଳିଛି।
ଆଲୋଚନା ସମୟରେ ଜିଲ୍ଲାପାଳ ଚାଷୀମାନଙ୍କ ସମସ୍ୟା ଓ ଦାବି ଶୁଣିଥିଲେ। ଚାଷୀମାନଙ୍କ ଦାବି ଅନୁଯାୟୀ ଧାନ କିଣା ପାଇଁ ପଞ୍ଜୀକରଣକୁ ଆଗ୍ରିଷ୍ଟାକ୍ ସହ ଲିଙ୍କ ନ କରିବା ନେଇ ରାଜ୍ୟ ସରକାର ସକାରାତ୍ମକ ଭାବେ ବିଚାର କରିଛନ୍ତି। ବର୍ତ୍ତମାନ ବିନା ଆଗ୍ରିଷ୍ଟାକ୍ ଲିଙ୍କରେ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି।
ସେହିପରି ଭାଗଚାଷୀମାନଙ୍କ କ୍ଷେତ୍ରରେ ମୂଳ ଜମି ମାଲିକଙ୍କ ପ୍ରାଥମିକତା ଆଧାରରେ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ଆଲୋଚନାରେ କୁହାଯାଇଛି। ଚାଷୀମାନଙ୍କ ସମସ୍ୟାର ସକାରାତ୍ମକ ସମାଧାନ ପାଇଁ ଏନେଇ ବିସ୍ତୃତ ଆଲୋଚନା କରାଯାଇଥିବା ଜଣାପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ


