ଭୁବନେଶ୍ୱର, 20 ଅଗଷ୍ଟ - ହକି ବିଶ୍ୱକପ୍ ୨୦୨୬ରେ ବିଜୟୀ ହୋଇଥିବା ଟିମ ଇଣ୍ଡିଆକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଶୁଭେଚ୍ଛା
ଜଣାଇଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ପାକିସ୍ତାନ ବିପକ୍ଷରେ ହକି ବିଶ୍ୱକପ୍ ୨୦୨୬ରେ ସ୍ମରଣୀୟ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆକୁ ହାର୍ଦ୍ଦିକ ଅଭିନନ୍ଦନ । ଦକ୍ଷତା, ଦୃଢ଼
ସଙ୍କଳ୍ପ ଓ ଲଢ଼ୁଆ ମନୋଭାବର ଏକ ଦମ୍ଦାର ପ୍ରଦର୍ଶନ ମାଧ୍ୟମରେ ଭାରତୀୟ ଦଳ ପୁଣିଥରେ ଭାରତୀୟ ହକିର ଶକ୍ତି ଓ ଉତ୍ସାହକୁ ପ୍ରତିଫଳିତ କରିଛି। ଆଗାମୀ ମ୍ୟାଚ୍ଗୁଡ଼ିକରେ ମଧ୍ୟ ଆମ ଦଳ ଏହିପରି ସଫଳତା ଜାରି ରଖୁ ଏବଂ ଅଧିକ ଗୌରବ ଅର୍ଜନ କରୁ ଏହି କାମନା କରିଛନ୍ତି ମନ୍ତ୍ରୀ ।
Regional



