
ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି, ୪.୬୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୧.୫୮ ଲକ୍ଷରୁ ଅଧିକ ସ୍ଥାନାନ୍ତର
ତିହିଡ଼ି ବ୍ଲକର ୩୦ଟି ଗ୍ରାମ ପଞ୍ଚାୟତର ୧୦୨ଟି ଗ୍ରାମର ୯୮,୬୦୨ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୭,୮୬୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏଠାରେ ୩୦ଟି ମାଗଣା ରୋଷେଇ କେନ୍ଦ୍ର, ୫୬ କ୍ୱିଂଟାଲ ଚୁଡ଼ା ଓ ୫ କ୍ୱିଂଟାଲ ଗୁଡ଼ ବଂଟନ କରାଯାଇଛି। ବାସୁଦେବପୁର ବ୍ଲକର ୬ଟି ଗ୍ରାମ ପଂଚାୟତର ୧୩ଟି ଗ୍ରାମର ୭,୨୦୫ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୩,୧୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏଠାରେ ୪ଟି ମାଗଣା ରୋଷେଇ କେନ୍ଦ୍ର, ୧.୨ କ୍ୱିଂଟାଲ ଚୁଡ଼ା ଓ ୦.୩ କ୍ୱିଂଟାଲ ଗୁଡ଼ ବଂଟନ କରାଯାଇଛି।
31/7/2026



