ପାଳଲହଡାରେ ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ପାଳିତ ।
ସମାଜ ଖବରକାଗଜ ଭିତରେ ଗୋପବନ୍ଧୁଙ୍କ ଅସ୍ଥି ରହିଛି ।
ପାଳଲହଡାର "ସମାଜ " ପ୍ରତିନିଧି ରବି ନାରାୟଣ ପ୍ରଧାନଙ୍କ ସଂଯୋଜନାରେ ପାଳଲହଡାରେ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇ ଯାଇଛି। ସକାଳେ ତିଳ-ତର୍ପଣ କରାଯାଇ ଥିଲା।
ପାଳଲହଡା ସହରର ପ୍ରବେଶ ଛକରେ ୧୯୭୮ ମସିହାରୁ ସ୍ଥାପିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ସହରର ବୁଦ୍ଧିଜୀବୀ, ଉପଖଣ୍ଡ ଓକିଲ ସଂଘ୍, ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ,ସ୍ଥାନୀୟ ବାସିନ୍ଦା ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ମୃତି ସଭାରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ସଂଗଠନ ,ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ଗୋପବନ୍ଧୁ ଙ୍କ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଗୋପବନ୍ଧୁ ଙ୍କ ସେବା,ନିଷ୍ଠା ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ। ଅନ୍ୟର ମଙ୍ଗଳ ପାଇଁ ନିଜର ସବୁ କିଛି ତ୍ୟାଗ କରିଦେଇ ଏ ମାଟିରେ ସେବାର କିମ୍ବଦନ୍ତୀ ପୁରୁଷ ଭାବେ ଗୋପବନ୍ଧୁ ଦାସ ଉଦାହରଣ ସୃଷ୍ଟି କରି ପାରିଥିଲେ ବୋଲି ମତ ପ୍ରକାଶ ପାଇଥିଲା।
ଗୋପବନ୍ଧୁଙ୍କ ଅସ୍ଥି,ମଜା ସମାଜ ଖବରକାଗଜ ମଧ୍ୟରେ ରହିଛି। ତେବେ ଗୋପବନ୍ଧୁ ଦାସଙ୍କ ସମେତ ପାଞ୍ଚ ସଖାଙ୍କ ମିଳିତ ଉଦ୍ୟମରେ ସ୍ଥାପିତ ସତ୍ୟବାଦୀ ବନ ବିଦ୍ୟାଳୟ ଏବଂ ସେହି ସମୟର ନବକୃଷ୍ଠ ଚୌଧୁରୀ , ମାଳତୀ ଚୌଧୁରୀ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଦ୍ଵାରା ଅନୁଗୁଳ ଜିଲ୍ଲାର ଚମ୍ପତ୍ତିମୁଣ୍ଡା ଠାରେ ସ୍ଥାପିତ ବେସିକ୍ ସ୍କୁଲ ଆଦିର ଦୁରବସ୍ଥା କ୍ଷୋଭର ବିଷୟ।ଏହି ଦୁଇ ମଣିଷ ତିଆରି କାରଖାନାକୁ ସରକାର ଏବଂ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହି ବନ ବିଦ୍ୟାଳୟ ଗୁଡିକୁ ଆନ୍ତର୍ଜାତୀୟ ସ୍ତରର ସ୍କୁଲ କରିବାକୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ ।
ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ, ଜଗବନ୍ଧୁ ସାହୁ, ଧ୍ରୁବ ଚରଣ ବେହେରା,ମଧୁସୂଦନ ଦ୍ୱିବେଦୀ,ହରିହର ବେହେରା, ବିଶ୍ୱନାଥ ଦ୍ୱିବେଦୀ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।ଓକିଲ ସଂଘ୍ ସଭାପତି ମନରଞ୍ଜନ ପାଲ, ବରିଷ୍ଟ ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନ, ସମାଜ ଖବରକାଗଜ ଖମାର ପ୍ରତିନିଧି ଯୁଗଳ ଜିତ୍,ପୂର୍ବତନ ପଂଚାୟତ ସମିତି ଉପାଧ୍ୟକ୍ଷ ସତ୍ୟନାରାୟଣ ବୋଷ,ସମାଜସେବୀ ସସ୍ମିତା ବୋଷ, ସନ୍ତୋଷ ପାଲ, ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗଦେଇ ଗୋପବନ୍ଧୁ ଙ୍କ ସ୍ମୃତି ଚାରଣ କରିଥିଲେ।




