ପାଲଲହଡା : ଅନଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ ଢ଼ାବା ଓ ହୋଟେଲ ଗୁଡିକରେ ଖୋଲମ ଖୋଲା ବ୍ୟାପକ ଚୋରା ମଦ କାରବାର ବୃଦ୍ଧି ପାଇଥିବା ବେଳେ ଲୋକଙ୍କ ଭିତରେ ଏବେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି ।ପାଲଲହଡା ଉପଖଣ୍ଡରେ ନୂତନ ମଦ ଦୋକାନ ଖୋଲିବାକୁ ନେଇ ଜନ ଗହଳି ସ୍ଥାନରୁ ମଦ ଦୋକାନ ହଟାଇବା ପାଇଁ ଦୀର୍ଘଦିନ ହେବ ଲୋକ ମାନେ ଅବକାରୀ ବିଭାଗଠାରୁ ଆରମ୍ଭ କରି, ଜିଲ୍ଲା ପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରି ଆସିଛନ୍ତି। ହେଲେ ଏହାର ଫଳ ଶୂନ l
ସୂଚନା ଅନୁସାରେ ନୂତନ ମଦ ଦୋକାନ ଖୋଲିବା କୁ ନେଇ ସରକାରଙ୍କ ଠାରୁ ସ୍ୱୀକୃତି ପାଇ ଥିବା ବିଦେଶୀ ମଦ ଦୋକାନ ପାଲଲହଡା ଉପଖଣ୍ଡ ଉଦିତନାଗର ଠlରେ ଖୋଲା ଯାଉଛି । ଏହାକୁ ନେଇ ଉଦିତ ନଗର ସାହି ର ଶତାଧିକ ମହିଳା ଓ ପୁରୁଷ ଦୃଢ଼ ବିରୋଧ କରି ଆସୁଛନ୍ତି । ମହିଳା ମାନେ ଥାନା ଠାରୁ ଆରମ୍ଭ କରି ଅବକାରୀ ବିଭାଗ ଓ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ ଜଣାଇ ସାରି ଛନ୍ତି ।
ବସ୍ତି ବାସିନ୍ଦାଙ୍କ କହିବା କଥା ଏହି ମଦ ଦୋକାନ ଜନ ଗହଳି ସ୍ଥାନରେ ହଉ ଥିବାରୁ ଏହାକୁ ତୁରନ୍ତ ବନ୍ଦ କରି ଟାଉନ ବାହାରକୁ ନିଆ ଯାଉ l ଲୋକଙ୍କ ଅଭିଯୋଗ ଅନୁସାରେ ଉକ୍ତ ନୂତନ ବିଦେଶୀ ମଦ ଦୋକାନର ଏଯାବତ କୌଣସି ସଠିକ କାଗଜପତ୍ର ନଥିବା ସତ୍ୱେ ଦୁଇ ଦିନ ହେବ ମଦ ବିକ୍ରି ଆରମ୍ଭ ହୋଇଛି । ଏହାକୁ ଦୃଢ ବିରୋଧ କରି ଉଦିତ ନଗର ସାହିର ସଚେତନ ଶତାଧିକ ମହିଳା ଓ ପୁରୁଷ ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ପାଲଲହଡା ଥାନାକୁ ଆସି ଏକ ଲିଖିତ ଅଭିଯୋଗ କରିବା ସହିତ ଉକ୍ତ ମଦ ଦୋକାନ ସମୁଖରେ ଦୀର୍ଘ ତିନି ଘଣ୍ଟା ଧରି ଧାରଣାରେ ବସି ରହି ଥିବା ବେଳେ କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତେଜନା ଦେଖା ଯାଇ ଥିଲା ।
ପୋଲିସ ଘଟଣାସ୍ଥଳରେ ପହଂଚି କେବଳ ଦର୍ଶକ ସାଜି ଥିବାର ଦୃଶ୍ୟ ଅତି ରୋଚକ ପୁର୍ଣ ଥିଲା l ଯଦି ପ୍ରଶାସନ ଏହି ବିଦେଶୀ ମଦ ଦୋକାନକୁ ବନ୍ଦ ନ କରନ୍ତି,ଆଗକୁ ଆନ୍ଦୋଳନକୁ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି l



