ଧର୍ମଶାଳା, ୨୪ ଅଗଷ୍ଟ (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିର ୬ ଦିନ ଧରି ଚାଲିଥିଲା । ଶିବିରର କୋଡିନେଟର ରଶ୍ମିତା ସାମଲଙ୍କ ତତ୍ୱଧାନରେ ଅତିଥିଭାବେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ବାଳିକା ଆତ୍ମରକ୍ଷା ସୁରକ୍ଷା ପ୍ରଶିକ୍ଷଣ ସମ୍ବଦ୍ଧୀୟ ବିଭିନ୍ନ ପ୍ରକାର କୌଶଳରେ ତାଲିମ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ସୌଭାଗ୍ୟ କୁମାର ସାହୁ, ଡ. ରଶ୍ମୀକାନ୍ତ ଦାଶ, ବାବୁଲା ରଣା, ରୁହୁଲ ଅମୀନ, ଶିବ ପ୍ରସାଦ ସାହୁ, ଅଧ୍ୟାପିକା ସାଗରିକା ଦାସ, ଖେଳ ଶିକ୍ଷକ ବିବେକାନନ୍ଦ ଜେନା, ବିନୟ କୁମାର ରାଉତ ଓ ଧର୍ମେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସୁନିଲ କୁମାର ଓଝା ଓ ଅକ୍ତର ଅଲ୍ଲୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ



