
ସମ୍ବଲପୁର, ୨୪, ଅଗଷ୍ଟ (ହି.ସ.) - ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଏବଂ ଏସପିଙ୍କ ଏକ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ଜ୍ଝ ଏହି ଶିବିରରେ ମୋଟ ୧୧୭ ଟି ଆବେଦନ ଗ୍ରହଣ କରାଯାଇ ଥିଲା । ଯେଉଁଥିରୁ ୬୯ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୪୫ ଟି ସମସ୍ୟା ଗୋଷ୍ଠୀଗତ ସମସ୍ୟା ସହିତ ଜଡିତ ଥିଲା । ସିଏମଆରଏଫ ଅଧୀନ ସହାୟତା ପାଇଁ ୩ ଜଣ ହିତଧିକାରୀଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ମଧୁବାବୁ ପେନସନ ଯୋଜନା ଅଧୀନରେ ମୋଟ ୧୨ ଜଣ ହିତାଧିକାରୀଙ୍କୁ ଭତା ମଞ୍ଜୁର କରାଯାଇଛି। ଏଥି ମଧ୍ୟରେ ୮ ଜଣଙ୍କୁ ବାର୍ଦ୍ଧକ୍ୟ ଭତା, ଜଣଙ୍କୁ ବିଧବା ଭତା, ଜଣେ ତୃତୀୟ ଲିଙ୍ଗୀ ଏବଂ ୨ ଜଣ ଅବିବାହିତ ମହିଳା ହିତାଧିକାରୀ ସାମିଲ ରହିଛନ୍ତି। ସେହିପରି ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନାରେ ୮୪ ଜଣ ନୂତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ବ୍ୟତୀତ ୩ ଜଣ ଦିବ୍ୟାଙ୍ଗଙ୍କୁ ଚଳପ୍ରଚଳ ସୁବିଧା ନିମନ୍ତେ ହୁଇଲ୍ ଚେୟାର ବଂଟନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ



