

ଜୟପୁର, ୨୪ ଅଗଷ୍ଟ (ହି.ସ.)- ଦୁଇଦିନ ଧରି ଲଗାଣ ବର୍ଷାଯାଗୁଁ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଳକର ଗୁମୁଡା, ସଡ଼ରଙ୍ଗା, ଚାନ୍ଦଲି , ଗୀର୍ଲ୍ଲା, ଧାମନହଣ୍ଡି ପଞ୍ଚାୟତର ୧୫ରୁ ଅଧିକ ଗାଁ ପାଣିଘେରରେ ରହିଛି। ଜଳମଗ୍ନ, ଇନ୍ଦ୍ରାବତୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳ ପତନ ବୃଦ୍ଧି ପାଇ ପ୍ରଭାବିତ, ଜଳ ନିଷ୍କାସନ ପାଇଁ ଗୋଟିଏ ଗେଟ ଖୋଲା ଯିବାରୁ କୋଟପାଡ଼ର ୫ଟି ପଞ୍ଚାୟତର ୧୫ରୁ ଅଧିକ ଗାଁ ର ବର୍ତମାନ ପର୍ଯ୍ୟନ୍ତ ୨୫୦ ପରିବାରର ପ୍ରଭାବିତ ଲୋକଙ୍କୁ ପ୍ରଶାସନ ତରଫରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି l ଗତକାଲି ବିଳମ୍ବିତ ରାତିରେ ହଠାତ୍ ପାଣି ମାଡ଼ି ଆସିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ l ପ୍ରଶାସନ ତରଫରୁ ଓଡ୍ରାଫ ଓ କୋଟପାଡ଼ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l ପ୍ରଶାସନ ତରଫରୁ ବସ୍ ଯୋଗେ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଉଛି l ଜୟପୁର ଉପ ଜିଲାପାଳ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି



