ମୁଖୀଗୁଡା, ୨୪ ଅଗଷ୍ଟ( ହିସ) - କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଭଇଁରୀପାଲି ଗ୍ରାମ ପଂଚାୟତର ଗ୍ରାମ ପଂଚାୟତରେ ଗତପ୍ରାୟ ୫ ମାସ ହେଲା ନିୟମିତ ମାସିକ ବୈଠକ ହୋଇନଥିବା ବେଳେ ପଂଚାୟତର ବିଭିନ୍ନ ସମସ୍ୟା ଓ ଉଜ୍ଜୟନମୂଳକ କାର୍ଯ୍ୟ ବିଷୟରେ ୱାର୍ଡ ସଭ୍ୟ/ସଭ୍ୟାମାନେ ଆଲୋଚନା କରିବାର ସୁଯୋଗ ପାଇନାହାନ୍ତି।
ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ଭତା ଓ ଅନ୍ୟାନ୍ୟ ହିତାଧୁକାରୀ ସମ୍ବନ୍ଧୀୟ ସମସ୍ୟା ଏବଂ ପଂଚାୟତରେ ଅନ୍ୟାନ୍ୟ କାର୍ଯ୍ୟ ସମ୍ପର୍କରେ ଆମ ଷ୍ଟାର୍ଚ ସଭ୍ୟ/ ସଭ୍ୟାମାନଙ୍କୁ ଉଚିତ ଭାବରେ ଅବଗତ କରାଯାଉନାହିଁ। ପଂଚାୟତର ଅନେକ ଉନ୍ମୟନମୂଳକ କାର୍ଯ୍ୟ ଓ ସୁବିଧା ସମସ୍ତ ଅଂଚଳକୁ ସମାନ ଭାବରେ ଦିଆଯାଉନାହିଁ । ଅଧୁକାଂଶ କାର୍ଯ୍ୟ ସରପଂଚଙ୍କ ନିଜ ଗ୍ରାମ ଅଂଚଳରେ କରାଯାଉଥିବା ନେଇ ଗ୍ରାମପଂଚାୟତର ୱାର୍ଡ ସଭ୍ୟ/ସଭ୍ୟାମାନେ ଅସନ୍ତୋସ ଥିଲେ। ଏ ସମ୍ପର୍କରେ ସେମାନେ ସରପଂଚଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ସେମାନଙ୍କ ଅଭିଯୋଗ ଓ ପରାମର୍ଶକୁ ଗୁରୁତ୍ୱ ଦିଆଯାଉନାହିଁ।
ସରପଂଚଙ୍କ କାର୍ଯ୍ୟପ୍ରଣାଳୀ ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଆଜି ୬ କଣ ୱାର୍ଡ ମେମ୍ବର ଭଇଁରିପାଲି ସରପଂଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ନିହାର



