ଭୁବନେଶ୍ୱର, ୨୧ ଅଗଷ୍ଟ : - ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। ୬ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି ସହ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ଜାରି ହୋଇଛି।
ବିଜ୍ଞପ୍ତି ଅନୁସାରେ, ହିମାଂଶୁ କୁମାର ଲାଲଙ୍କୁ ଇଓଡବ୍ଲ୍ୟୁ, ଭୁବନେଶ୍ୱର ଏବଂ ଏସ୍ଟିଏଫ୍ର ଆଇଜି ଭାବେ ନିଯୁକ୍ତି ଦିଆଯାଇଛି।ସେହିପରି ସତ୍ୟବ୍ରତ ଭୋଇଙ୍କୁ ଆଇଜି ପୁଲିସ, ଇେଂଟଲିଜେନ୍ସ ଦାୟିତ୍ୱ ଦିଆଯାଇଛି। ଜୟ ନାରାୟଣ ପଙ୍କଜଙ୍କୁ ବ୍ରହ୍ମପୁର ଦକ୍ଷିଣାଳ ଆଇଜି ଭାବେ ନିଯୁକ୍ତ କରାଯାଇଛି। ନୀତି ଶେଖରଙ୍କୁ ବ୍ରହ୍ମପୁର ଦକ୍ଷିଣାଂଚଳ ଆଇଜି ପଦରୁ ବଦଳି କରାଯାଇ ଆଇଜି ପୁଲିସ (ପ୍ରୋଭିଜନିଂ), ପୁଲିସ ମୁଖ୍ୟାଳୟରେ ନିଯୁକ୍ତି ଦିଆଯାଇଛି।
ଏଥିସହ ଚରଣ ସିଂହ ମୀନଙ୍କୁ ଡିଆଇଜି ପୁଲିସ, ଉତରାଂଚଳ, ସମ୍ବଲପୁର ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ, କେନ୍ଦ୍ରୀୟ ଡେପୁଟେସନରୁ ପ୍ରତ୍ୟାବର୍ତନ ପରେ ଗୃହ ବିଭାଗରେ ଯୋଗ ଦେଇଥିବା ଆଶିଷ କୁମାର ସିଂହଙ୍କୁ ଡିଆଇଜି ପୁଲିସ, ଏନ୍ସିଆର, ତାଳଚେର ସହ ପିଟିସି, ଅନୁଗୁଳର ପ୍ରିନ୍ସିପାଲଙ୍କ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।



