(ପର୍ଶୁରାମ ଦାସ୍ ):--ଅନୁଗୋଳରେ ଏକ ଘରୋଇ ଯୁକ୍ତ ଦୁଇ କଲେଜ ରେ ଅଘଟଣ l କଲେଜ୍ ରେ ୱେଲ କମ୍ ସେରିମାନି ରେ ଯୋଗ ଦେଇ ଥିବା ଛାତ୍ରୀ ଅସୁସ୍ଥ l ଅସୁସ୍ଥ ହୋଇ ୮ ରୁ ଅଧିକ୍ ଛାତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି l ଅନୁଗୋଳ ସହର ନିକଟ ରନ୍ତଲେଇ ଠାରେ ଥିବା ମହାବୀର ଯୁକ୍ତ ଦୁଇ ବିଜ୍ଞାନ କଲେଜ ଘଟିଛି ଘଟଣା l
ଗତ ମଙ୍ଗଳବାର କଲେଜ ରେ ଯୁକ୍ତ ଦୁଇ
ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ଙ୍କ ପାଇଁ ଆୟୋଜନ ହୋଇଥିଲା ୱେଲ କମ୍ ସେରିମନୀ ଆଉ ଯେଉଁଥିରେ ଯୋଗଦେଇଥିବା
ଉଭୟ ପ୍ରଥମ ବର୍ଷ ଏବଂ ଦ୍ଵିତୀୟ ବର୍ଷ ର୍ ଛାତ୍ରଛାତ୍ରୀ । ୮ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ
l କଲେଜ୍ କର୍ତ୍ତୁପକ୍ଷ ଛାତ୍ରୀ ମାନଙ୍କୁ
ତୁରନ୍ତ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ l
ସେଠାରେ ସେମାନଙ୍କୁ ଚିକିତ୍ସା କରାଯାଇଛି l
ସୁଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟା ୭ ଟା ରେ କଲେଜ ରେ
ପାର୍ଟି ଆରମ୍ଭ ହୋଇ ୯ ଟା ପର୍ଯ୍ୟନ୍ତ ଚାଲିଥିଲା l
ପାର୍ଟି ସାରିବା ପରେ କିଛି ଛାତ୍ରୀ ଅସ୍ୱାଭାବିକ ଭାବେ ଚାଲି ନପାରିବା
ମୁଣ୍ଡ ବୁଲାଇବା ଲକ୍ଷଣ ଦେଖା l ଫଳରେ ସେମାନଙ୍କୁ ଚିକିତ୍ସାଳୟ ରେ
ଚିକିତ୍ସା ଚାଲିଛି l ଆୟୋଜିତ ପାର୍ଟି ରେ ଥିବା ମୃଦୁ ପାନୀୟ
ଜଳ ପିଇବା ପରେ ଏ ଭଲି ହୋଇଥିବା ଅନୁମାନ କରାଯାଉଛି l ଏ ପଟେ କଲେଜ କତୃପକ୍ଷ ଙ୍କ ଠାରୁ ସନ୍ତୋଷ ଜନକ ଭାବେ ଉତ୍ତର ମିଳି
ନଥିଲା। ଘଟଣା ବିଷୟରେ ପଚାରିବାରୁ ଚିଇଁକି ଉଠିଥିଲେ କଲେଜ ର କିଛି କତୃପକ୍ଷ।





