ଗଞ୍ଜାମ, ୨୩ ଅଗଷ୍ଟ - ଵ୍ରହ୍ମପୁର ଗୋସାଇଁନୁଆଗାଁ ଥାନା ମାମଲା ନମ୍ବର ତିନିଶହ ଅଠରରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତମାନେ ହେଲେ ଶତ୍ରୁଘ୍ନ ଗୌଡ଼ (୨୮), ପିତା ବାବୁଲା ଗୌଡ଼ ଏବଂ ବାବି ଜେନା ଓରଫ ବାସୁଦେବ ଜେନା(୩୩), ପିତା ସ୍ୱର୍ଗତ ସହଦେବ ଜେନା। ଉଭୟ ଗୋଠବନ୍ଧର, ସଦର ଥାନା ଅଞ୍ଚଳର।
ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ, ଅଗଷ୍ଟ ୧୯ ତାରିଖରେ ଅଭିଯୁକ୍ତମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଓ ହତ୍ୟା ଧମକ ଦେଇଥିଲେ। ଅଗଷ୍ଟ ୨୧ ତାରିଖ ରାତି ଆଠଟାରେ ସେ ଚଣ୍ଡୀ ମନ୍ଦିର ସାହିରେ ସାଙ୍ଗ ସହ ଛିଡ଼ା ହୋଇଥିବା ବେଳେ ଅଭିଯୁକ୍ତମାନେ କାରରେ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ତାଙ୍କ ସାଙ୍ଗର ବାମ ହାତରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା ଓ ହାତ କାର କବାଟରେ ଚାପି ହୋଇ ଜଖମ ହୋଇଯାଇଥିଲା। ପୂର୍ବ ଶତ୍ରୁତା ଯୋଗୁଁ ଏହି ଆକ୍ରମଣ ହୋଇଛି। ଘଟଣାରେ ବ୍ୟବହୃତ ସୁଜୁକି ଡିଜାୟର କାର ଜବତ ହୋଇଛି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।




