ଭୁବନେଶ୍ୱର :- ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟାଂଚଳ ଏବଂ ଜଳବନ୍ଦୀ ଅଂଚଳ ପରିଦର୍ଶନ କରି ବିସ୍ତୃତ ସମୀକ୍ଷା କରିଛନ୍ତି । ମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ସ୍ୱତନ୍ତ୍ର ସହାୟତା ଆୟୁକ୍ତ (ଏସଆରସି) ରାଜେଶ ପ୍ରଭାକର ପାଟିଲ୍ ମଧ୍ୟ ଉପସ୍ଥିତ ରହି ବନ୍ୟାଂaୟିତ୍ୱରେ ଥିବା ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ ।




