ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ଓ ପଦକ୍ଷେପ ସଂପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ୨୨ରୁ ଊର୍ଦ୍ଧ୍ବ ଜିଲ୍ଲା ପ୍ରଭାବିତ, ଏବେ ସ୍ଥିତିରେ ସୁଧାର ଆସିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ବେଶୀ ପ୍ରଭାବିତ । ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକର କିଛି ଅଞ୍ଚଳ ପ୍ରଭାବିତ ହୋଇଛି ।
ମନ୍ତ୍ରୀ କହିଛନ୍ତି ଯେ, କ୍ଷୟକ୍ଷତି ସର୍ଭେ ପାଇଁ ଫିଲ୍ଡକୁ କୃଷି ଓ ରାଜସ୍ବ ବିଭାଗ ଗଲେଣି । ବିଭିନ୍ନ ସ୍ଥାନରୁ ଘର ଭାଙ୍ଗିବାର ରିପୋର୍ଟ ହସ୍ତଗତ ହୋଇଛି । ପନିପରିବା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଅଙ୍ଗନବାଡି ଓ ସ୍କୁଲ ଘର କ୍ଷତିର ରିପୋର୍ଟ ମଗାଯାଇଛି । ଘାଇର ନିର୍ମାଣ ପାଇଁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସହଯୋଗ ରାଶି ମାଗିବା ପୂର୍ବରୁ କେନ୍ଦ୍ର ୫୦୦ କୋଟି ଦେଇଛି ବୋଲି ମନ୍ତ୍ରୀ କହିଛନ୍ତି ।





