ନୂଆଦିଲ୍ଲୀ, ୨୦ ଅଗଷ୍ଟ - ବନ୍ଦେ ମାତରମ୍' କୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଏବେ ନିଜର ଅପମାନକୁ ଏକ ପ୍ରସ୍ତାବରେ ପରିଣତ କରିଛି । କଂଗ୍ରେସ ୱାର୍କିଂ କମିଟି ନିଷ୍ପତି ନେଇଛି ଯେ ବନ୍ଦେ ମାତରମ୍' ର କେବଳ ପ୍ରଥମ ଦୁଇଟି ପଦ ଦଳର ମଂଚରେ ଗାନ କରାଯିବ ।
ଏକ୍ସ ରେ ନୀତିନ ନବୀନ କହିଛନ୍ତି, କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଆଚରଣରେ ସମାନ ଅପମାନ ଦେଖିବାକୁ ମିଳିଥିଲା, ଯାହାକୁ କଂଗ୍ରେସ ଏକ ସଂଯୋଗ ବୋଲି କହି ଏଡ଼ାଇ ଦେଇଥିଲା । କିନ୍ତୁ ଏବେ ସେହି ସମାନ ଅପମାନ କଂଗ୍ରେସର ସରକାରୀ ନୀତିରେ ପରିଣତ ହୋଇଛି ।
ସେ କହିଥିଲେ ଯେ ଭାରତ ମାତା''ର ଏହି ପବିତ୍ର ବନ୍ଦନାର ଅପମାନ ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ଏବଂ ସହିଦଙ୍କ ପାଇଁ ମଧ୍ୟ ଅପମାନ, ଯେଉଁମାନେ ବନ୍ଦେ ମାତରମ୍' କୁ ନିଜର ପ୍ରେରଣା କରି ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ । ତାଙ୍କ ମତରେ, ଏହା କେବଳ ରାଜନୈତିକ ପ୍ରତିଶୋଧ ନୁହେଁ, ବରଂ ଭୋଟ୍ ବ୍ୟାଙ୍କ ରାଜନୀତିର ପ୍ରମାଣ, ଯେଉଁଥିପାଇଁ କଂଗ୍ରେସ ବାରମ୍ବାର ଦେଶର ସ୍ୱାଭିମାନ୍ ସହ ସାଲିସ୍ କରୁଛି । ନୀତିନ ନବୀନ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଆଜି ଏକ ନୂଆ ମୁସଲିମ ଲିଗ୍' ଭଳି ଆଚରଣ କରୁଛି ଏବଂ ଏହାର ଆଭିମୁଖ୍ୟ ଜାତୀୟ ଭାବନା ବିରୋଧୀ ଅଟେ ।



