ନୂଆଦିଲ୍ଲୀ, ଜୁଲାଇ ୨୬ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ 'ବିକାଶ ଜୀବନ୍ତ ଗ୍ରାମ କାର୍ଯ୍ୟକ୍ରମ ୨୦୨୬' ର ଅଂଶଗ୍ରହଣକାରୀଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ସେମାନଙ୍କ ଅଭିଜ୍ଞତା ବିଷୟରେ ଜାଣିବାକୁ ପାଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ ଦେଶର ଯୁବପିଢ଼ି ହେଉଛନ୍ତି ବିକଶିତ ଭାରତର ଶକ୍ତି ଏବଂ ଏହାର ସବୁଠାରୁ ବଡ଼ ହିତାଧିକାରୀ। ଏଭଳି ସ୍ଥିତିରେ ଯଦି ଯୁବ ଶକ୍ତି ସିଧାସଳଖ ଦେଶର ଆହ୍ୱାନ ଏବଂ ସମାଧାନ ସହିତ ଯୋଡ଼ି ହୁଏ, ତେବେ ଦେଶର ଭବିଷ୍ୟତ ନିଶ୍ଚିତ ଭାବେ ଉଜ୍ଜ୍ୱଳ ହେବ।
ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ପ୍ରାୟ ୨୫୦ଟି ଜିଲ୍ଲାର ଯୁବକମାନଙ୍କ ସହ ଯୋଡ଼ି ହୋଇଛନ୍ତି। ସେ କହିଥିଲେ ଯେ ଦେଶର ଯୁବକମାନଙ୍କୁ ଭୂମି ସହିତ ଯୋଡ଼ିବା ଦ୍ୱାରା ବିକଶିତ ଭାରତର ପରିକଳ୍ପନାକୁ ବ୍ୟାପକତା ମିଳିଥାଏ। ଏହା ଦେଶ ପାଇଁ ବଂଚିବାର ଏବଂ କିଛି କରିବାର ସେମାନଙ୍କର ସଂକଳ୍ପକୁ ସୁଦୃଢ଼ କରିଥାଏ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଦେଶର ସୀମାନ୍ତବର୍ତୀ ଗ୍ରାମଗୁଡ଼ିକୁ ପ୍ରଥମ ଗ୍ରାମ ଭାବେ ବିବେଚନା କରି ସେମାନଙ୍କୁ ସୁବିଧା ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିଛନ୍ତି। ଏହି ଗ୍ରାମଗୁଡ଼ିକରେ ବିକାଶର ଆକାଂକ୍ଷା ଏବଂ ଦେଶପ୍ରେମର ଭାବନା ବହୁତ ଅଧିକ ରହିଛି। ନିକଟ ଅତୀତ ପର୍ଯ୍ୟନ୍ତ, ସୀମାନ୍ତବର୍ତୀ ଗ୍ରାମଗୁଡ଼ିକୁ ଶେଷ ଗ୍ରାମ ଭାବେ ନିଜକୁ ରକ୍ଷା କରିବା ପାଇଁ ଛାଡ଼ି ଦିଆଯାଇଥିଲା। ମୌଳିକ ସୁବିଧାଗୁଡ଼ିକର ଅଭାବ ରହିଥିଲା। ଆଜି ଉନ୍ନତ ସଂଯୋଗ ବ୍ୟବସ୍ଥା ରହିଛି ଏବଂ ପର୍ଯ୍ୟଟନ ବିକାଶ ଲାଭ କରୁଛି।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବିକଶିତ ଜୀବନ୍ତ ଗ୍ରାମ କାର୍ଯ୍ୟକ୍ରମ ୨୦୨୬ ଜୁନ୍ ୪ ରୁ ଜୁନ୍ ୩୦,୨୦୨୬ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା। ଏହା ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତରାଖଣ୍ଡର ୭୪ଟି ଜୀବନ୍ତ ଗ୍ରାମକୁ ଅନ୍ତର୍ଭୁକ୍ତ କରିଥିଲା। ଦେଶବ୍ୟାପୀ ଅନଲାଇନ୍ କୁଇଜ୍ ପ୍ରତିଯୋଗିତା ମାଧ୍ୟମରେ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ପ୍ରତିନିଧିତ୍ୱ କରୁଥିବା ୪୦୦ ରୁ ଅଧିକ ଯୁବ ଅଂଶଗ୍ରହଣକାରୀଙ୍କୁ ଚୟନ କରାଯାଇଥିଲା। ଏହି କୁଇଜ୍ ପ୍ରତିଯୋଗିତାରେ ତିନି ଲକ୍ଷରୁ ଅଧିକ ଯୁବକ ଭାଗ ନେଇଥିଲେ।ୋ





