ନୂଆଦିଲ୍ଲୀ, ୨୬ ଜୁଲାଇ:- ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ଶାନ୍ତିପୂର୍ଣ୍ଣ ଛାତ୍ର ଆନ୍ଦୋଳନ ସମୟରେ ଛାତ୍ରମାନଙ୍କ ପ୍ରତି ହୋଇଥିବା କଥିତ ବର୍ବରତା ଉପରେ ଉତର ମାଗିଛନ୍ତି ।
ରାହୁଲ ଗାନ୍ଧୀ ଏହି ଚିଠିକୁ 'ଏକ୍ସ "ରେ ସେୟାର କରିଛନ୍ତି । ଆମର ଛାତ୍ରଛାତ୍ରୀମାନେ ଏକ ନିରପେକ୍ଷ ଏବଂ ଉତରଦାୟୀ ଶିକ୍ଷା ବ୍ୟବସ୍ଥା ଦାବି କରୁଥିଲେ । ସେମାନଙ୍କ କଥା ଶୁଣିବା ପରିବର୍ତେ, ସୁରକ୍ଷା ବାହିନୀ ସେମାନଙ୍କ ଉପରେ ନିର୍ବିଚାର ବଳ ପ୍ରୟୋଗ କରିଥିଲେ, ଯେଉଁଥିରେ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଲୁହବୁହା ଗ୍ୟାସ ବ୍ୟବହାର କରାଯାଇଥିଲା । ଶହ ଶହ ଲୋକ ଗୁରୁତର ଆହତ ହୋଇଛନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ପେଲେଟ ଗନର ବ୍ୟବହାର ବୋଲି ସେ ଅଭିଯୋଗ କରିଛନ୍ତି । ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ ରିପୋର୍ଟଗୁଡିକ ଜଣେ ସାମ୍ବାଦିକଙ୍କ ସମେତ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ସ୍ପଷ୍ଟ ଭାବରେ ଦର୍ଶାଉଛି । ମୁଁ ୧୯ ବର୍ଷ ବୟସ୍କ ଛାତ୍ର ସାହିଲ ଲୋଚାବଙ୍କୁ ଭେଟିଥିଲି, ଯିଏ ଯନ୍ତ୍ରଣାରେ ଅଛନ୍ତି ଏବଂ ପେଲେଟ ଆଘାତ କାରଣରୁ ଗୋଟିଏ ଆଖିରେ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ରହିଛି । "
ଦିଲ୍ଲୀରେ ଅବସ୍ଥାପିତ ସୁରକ୍ଷା ବାହିନୀ ଶେଷରେ ଆପଣଙ୍କ ନିକଟରେ ଉତରଦାୟୀ । ତେଣୁ ମୁଁ ଦୁଇଟି ପ୍ରଶ୍ନ ପଚାରୁଛି: ଗୃହମନ୍ତ୍ରୀ ଭାବରେ, ଆପଣ ଛାତ୍ରମାନଙ୍କ ବିରୋଧରେ ପେଲେଟ ବନ୍ଧୁକ ସମେତ ମାରାତ୍ମକ ବଳ ପ୍ରୟୋଗକୁ ଅନୁମୋଦନ କରିଥିଲେ କି? ଯଦି ନୁହେଁ, ତେବେ କିଏ? ଯେଉଁମାନେ ସାଧାରଣ ପୋଷାକରେ ଛାତ୍ରମାନଙ୍କୁ ଲାଠି ଦ୍ୱାରା ମାଡ଼ ମାରୁଥିବାର ଦେଖାଯାଏ, ସେମାନେ ପୋଲିସ୍ କିମ୍ବା ସ୍ୱେଚ୍ଛାସେବୀ । ସେମାନଙ୍କୁ ନିୟୋଜିତ କରିବା ପାଇଁ କିଏ ଅନୁମତି ଦେଲା?
ସେ କହିଥିଲେ ଯେ, ଯେକୌଣସି ଗଣତନ୍ତ୍ର ପାଇଁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିକ୍ଷୋଭକାରୀଙ୍କୁ ସୁରକ୍ଷା ଦେବା ଏବଂ ଆଲୋଚନା ମାଧ୍ୟମରେ ସେମାନଙ୍କ ଅଭିଯୋଗର ସମାଧାନ କରିବା ସରକାରଙ୍କ ଦାୟିତ୍ୱ । ଏଭଳି ବର୍ବରୋଚିତ ହିଂସା ପ୍ରତ୍ୟେକ ନିୟମକୁ ଓଲଟପାଲଟ କରିଦେଇଛି ଏବଂ ଦେଶକୁ କ୍ରୋଧିତ କରିଛି । ଯୁବକ ଏବଂ ଛାତ୍ରଛାତ୍ରୀ, ଯେଉଁମାନେ ଆମ ଦେଶର ଭବିଷ୍ୟତ, ସେମାନେ ଉତର ଏବଂ ଉତରଦାୟିତ୍ୱ ଦାବି କରୁଛନ୍ତି । ସେମାନଙ୍କ ସ୍ୱର ଶୁଣିବା ଆବଶ୍ୟକ ।





