କୋଲକାତା, ୩୦ ଜୁନ୍ - କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ କୋଲକାତାର ବିଧାନନଗରସ୍ଥିତ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସମୟରେ, ଶୁଭେନ୍ଦୁ ଅଧିକାରୀ କେନ୍ଦ୍ର ମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ଉତମ ସ୍ୱାସ୍ଥ୍ୟ, ସୁଖ, ସମୃଦ୍ଧି ଏବଂ ଦୀର୍ଘାୟୁ କାମନା କରିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ବୈଠକ ବିଷୟରେ ସୂଚନା ସେୟାର କରି ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ସେ ଭୂପେନ୍ଦ୍ର ଯାଦବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ମା’ କାଳୀଙ୍କୁ ତାଙ୍କ ସୁସ୍ଥ ଏବଂ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ।
ସେ ସୂଚନା ଦେଇଥିଲେ ଯେ, ଏହି ବୈଠକରେ ପଶ୍ଚିମବଙ୍ଗର ବିକାଶ ଏବଂ ପ୍ରଗତି ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଫଳପ୍ରଦ ଆଲୋଚନା ହୋଇଥିଲା । ରାଜ୍ୟର ବିକାଶ ସମ୍ବନ୍ଧୀୟ ପ୍ରସଙ୍ଗରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସକାରାତ୍ମକ ସହଯୋଗ ଭବିଷ୍ୟତରେ ଜାରି ରହିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।
ଉଲ୍ଲେଖନୀୟ କଥା ହେଉଛି, କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଭାରତୀୟ ପ୍ରାଣୀ ସର୍ବେକ୍ଷଣର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ କୋଲକାତାରେ ପହଂଚିଛନ୍ତି । ଏହି ସମୟରେ ସେ ଶୁଭେନ୍ଦୁ ଅଧିକାରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।





