ଭୁବନେଶ୍ୱର, ୩୦ ଜୁନ୍- ଆସନ୍ତା ୩ ଓ ୪ ତାରିଖ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିପାରେ । ତେଣୁ ମତ୍ସ୍ୟଜିବୀ ମାନଙ୍କୁ ଓଡ଼ିଶା ଉପକୂଳ ଏବଂ ବାହାର ସମୁଦ୍ରକୁ ମଧ୍ୟକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି ।
ଏହି ସମୟରେ ଓଡ଼ିଶା ଉପକୂଳ ସମୁଦ୍ର ଏବଂ ବାହାରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ତଥା ଏହାର ଝଟକା ୬୦ କି.ମି. ଛୁଇଁପାରେ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ମତ୍ସ୍ୟଜିବୀସମୁଦ୍ରଓଡ଼ିଶା ଉପକୂଳ





