ବସଷ୍ଟାଣ୍ଡ ନିର୍ମାଣକୁ ନୁହଁ, ସ୍ଥାନ ଚୟନକୁ କଂଗ୍ରେସର ବିରୋଧ
ଭୁବନେଶ୍ୱର; 14 ଅଗଷ୍ଟ 26 : ଭାରତ ସରକାରଙ୍କ ଇ-୨୦ ପେଟ୍ରୋଲ ନୀତି ତଥା ପ୍ରସ୍ତାବିତ ଖୋର୍ଦ୍ଧା ବସଷ୍ଟାଣ୍ଡକୁ ନେଇ ଓପିସିସି ଗଣମାଧ୍ୟମ ବିଭାଗ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ଏହି ସାମ୍ବାଦିକ ସମ୍ମିଳନୀରେ ଓପିସିସି ଗଣମାଧ୍ୟମ ବିଭାଗ ଅଧ୍ଯକ୍ଷ ଅରବିନ୍ଦ ଦାସ, ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାସ ଓ ବରିଷ୍ଠ ମୁଖପାତ୍ର ସୋନାଲୀ ସାହୁ ଉକ୍ତ ବିଷୟରେ ନିଜ ପ୍ରତିକ୍ରିୟା ଉପସ୍ଥାପନ କରିଥିଲେ।
ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଗଣମାଧ୍ୟମ ଅଧ୍ଯକ୍ଷ ଶ୍ରୀ ଦାସ ନିଜ ବିବୃତିରେ କହିଥିଲେ ଯେ, ଯାହା ଆଶଙ୍କା କରାଯାଉଥିଲା ତାହାହିଁ ହେଲା। ପରିବହନ ମନ୍ତ୍ରୀ ଗଡକରୀ ବାହାସ୍ପୋଟ ମାରୁଥିଲେ ଗୋଟିଏ ବି ଗାଡି ଖରାପ ହେବା ଦେଖାଇ ଦିଅନ୍ତୁ କିନ୍ତୁ ବର୍ତମାନ ଶହ ଶହ ଉଦାହରଣ ଆପଣଙ୍କ ସାମ୍ମାରେ। ଜନସାଧାରଣଙ୍କ ଉପରେ ଏକତରଫା ଭାବେ ଇ-୨୦ ପେଟ୍ରୋଲ ଲଦି ଦେବାର ଏହା ଫଳ। ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ମେନୁଫେକଚରର୍ସ (ସିଆମ) ତା. ୨୮-୮-୨୦୨୬ ରିଖ ଦିନ ସରକାରଙ୍କୁ ଚିଠି ଲେଖିଥିଲେ ଯେ, ଇ-୨୦ ପେଟ୍ରୋଲ ଦ୍ବାରା ପ୍ରଦୂଷଣ ହେଉଛି। କିନ୍ତୁ ଅନ୍ୟ ପକ୍ଷରେ ସଡକ ପରିବହନ ମନ୍ତ୍ରୀ ହୋଇ ପେଟ୍ରୋଲିୟମ ଉପରେ ଭାଷଣ ଦେଇ ଏଭଳି କୌଣସି ଆଶଙ୍କାକୁ ଖାରଜ କଲେ ।
ସେ ଜଣ ଉଚ୍ଚ ପ୍ରଦର୍ଶନକାରୀ ମନ୍ତ୍ରୀ ବୋଲି ଜଣାଶୁଣା ଥିଲେ କିନ୍ତୁ ଗୁମର ଫିଟୁଛି ଓ ସେ ଭୁଲ ପ୍ରମାଣିତ ହେଉଛନ୍ତି। ଗଡକରି ମହାଶୟ ସୁନ୍ଦର ସୁନ୍ଦର କଥା କୁହନ୍ତି ଏବଂ ସେଥିରେ ଜନତା ଢଳି ଯାଆନ୍ତି। ମୋଦୀ ସରକାରଙ୍କ ବିରୋଧୀଙ୍କଠାରେ ମଧ୍ୟ ତାଙ୍କ ରେଟିଙ୍ଗ ହାଇ ଥିଲା। କିନ୍ତୁ ସବୁ ଭୁଲ ପ୍ରମାଣିତ ହେବାରେ ଲାଗିଛି।
ଯାହାର ଉଦ୍ଦେଶ୍ୟ ଖରାପ ପରିଣାମ କିପରି ଭଲ ହେବ। ଏଥିରେ କିଛି ମୌଳିକ ପ୍ରଶ୍ନ ଆସୁଛି, ଇଥାନଲ ଉତ୍ପାଦନରେ ତାଙ୍କ ପୁତ୍ରଙ୍କ ନାମ ଆସିଛି। ସେ ନିଜ ସ୍ବଚ୍ଛତା ପ୍ରଦର୍ଶନ କରିବାରେ ଅକ୍ଷମ ହେଉଛନ୍ତି । ପବ୍ଲିକ ପଲିସିରେ ସମସ୍ତଙ୍କ ପ୍ରତି ନ୍ଯାୟ ହେବା ଉଚିତ କିନ୍ତୁ ଏପ୍ରିଲ ୨୦୨୩ ରେ ବିଏସ୍ ୬ ନିୟମ ଲାଗୁ ହେବା ପୂର୍ବରୁ ଯେଉଁ ବାହନ ଗୁଡିକ ଅଛି ସେଥିରେ ଇ-୨୦ ବ୍ଯବହାର କଲେ ଆଦ୍ରତା କିମ୍ବା କ୍ଲୋରାଇଡ ଅଂଶ ରହିବନି ବୋଲି ଆପଣ କେଉଁ ଆଧାରରେ କହିଲେ।
ଯଦି ଆପଣ ସଚ୍ଚୋଟ ତେବେ "ଶ୍ଯାମ"କୁ ଚିଠି ପ୍ରତ୍ଯାହାର ପାଇଁ ଚାପ ପ୍ରୟୋଗ କଲେ କାହିଁକି। ରଏଟର୍ସର ବିବରଣୀ ଅନୁଯାୟୀ ଇଥାନଲରୁ ପ୍ରଦୁଷଣ ହେଉଛି ଓ ମାତ୍ରାଧିକ କ୍ଲୋରାଇଡ ଅଂଶ ରହୁଛି ବୋଲି ଜଣା ପଡୁଛି। ଭୁବନେଶ୍ବରରେ ପ୍ରତ୍ଯେକ ଗ୍ଯାରେଜକୁ ୨-୩ ମାସ ହେବ ପ୍ରାୟ ଅଧିକ ୧୫ ଗୋଟି ଗାଡି ମରାମତି ପାଇଁ ଆସୁଛି। ନରସିଂହ ରାଓ ଓ ମନମୋହନ ସିଂହଙ୍କ ଉଦାରୀକରଣରେ ଭାରତୀୟ ଅର୍ଥନୀତି ଅଗ୍ରଗତି ହେଉଥିବାବେଳେ ଭାରତ ଯେଉଁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିଲା ବୋଲି କୁହାଯାଉଥିଲା ତାକୁ ମଧ୍ୟ ମୋଦୀ ସରକାର ନଷ୍ଟ କରିଦେଲେ। ଅଟୋମୋବାଇଲ ଶିଳ୍ପକୁ ନଷ୍ଟ କରିଦେବା କେଡେ ପାପ ଆପଣ ଚିନ୍ତା କରନ୍ତୁ। ଏହି ଗୁରୁତ୍ବପୂର୍ଣ୍ଣ ବିଷୟକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ପଡିବ। ଏହା ପହଞ୍ଚିଲେ ସରକାର କିଛି ପ୍ରତିକାର କରିବାକୁ ବାଧ୍ୟ ହେବେ । ଜନତାଙ୍କୁ ଇଥାନଲ ବ୍ଯବହାର କରିବାପାଇଁ ସରକାର ବାଧ୍ୟ କରିପାରିବେ ନାହିଁ। ସମସ୍ତ ଶାସନକଳ ହିଁ ଦୁର୍ନିତି ଗ୍ରସ୍ତ, ଲାଗିଛି ଦୁର୍ନିତିର ସାହାଣ ମେଳା। ଏଣୁ ଉପଯୁକ୍ତ ନିଷ୍ପତ୍ତି ନେବାପାଇଁ ସାଧାରଣ ଜନତାଙ୍କୁ କଂଗ୍ରେସ ଅନୁରୋଧ କରୁଛି ବୋଲି ଅଧ୍ଯକ୍ଷ ଶ୍ରୀ ଦାସ ପ୍ରକାଶ କରିଥିଲେ।
ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ସୋନାଲି ସାହୁ କହିଲେ, ଖୋର୍ଦ୍ଧା ସହରର ବିକାଶ ପାଇଁ ଅଟଳ ବସଷ୍ଟାଣ୍ଡ ଏକ ଅତ୍ୟନ୍ତ ଆବଶ୍ୟକ ପ୍ରକଳ୍ପ। ଏହି ପ୍ରକଳ୍ପକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରୁଛି। କିନ୍ତୁ ଆମ ମତ ହେଉଛି, ଏହା ପ୍ରସ୍ତାବିତ ସ୍ଥାନରେ ନୁହେଁ, ବରଂ ଯେଉଁଠାରେ ଅଧିକ ପରିମାଣର ସରକାରୀ ଜମି ଉପଲବ୍ଧ ଅଛି ଏବଂ ଭବିଷ୍ୟତରେ ବିସ୍ତାରର ସୁବିଧା ରହିବ, ସେହି ସ୍ଥାନରେ ନିର୍ମାଣ କରାଯିବା ଉଚିତ।
ବର୍ତ୍ତମାନର ଡିପିଆର ଓ ଲେଆଉଟ୍କୁ ପୁନଃ ସମୀକ୍ଷା କରାଯାଉ। ଯଦି ଆବଶ୍ୟକ ହୁଏ, ଡିପିଆରରେ ପରିବର୍ତ୍ତନ କରି ଅଧିକ ଜମି ଥିବା ସ୍ଥାନରେ ଏକ ଆଧୁନିକ, ସୁବିଧାସମ୍ପନ୍ନ ଏବଂ ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବସଷ୍ଟାଣ୍ଡ ନିର୍ମାଣ କରାଯାଉ।
ସମ୍ପ୍ରତି ଟେଣ୍ଡର ବାତିଲ ହୋଇଛି। ଏହି ସୁଯୋଗରେ ସରକାର ଜନମତ, ବିଶେଷଜ୍ଞଙ୍କ ମତାମତ ଏବଂ ଯାତାୟାତର ଭବିଷ୍ୟତ ଚାହିଦାକୁ ବିଚାର କରି ଏକ ଉପଯୁକ୍ତ ସ୍ଥାନ ଚୟନ କରନ୍ତୁ। କଂଗ୍ରେସର ବିରୋଧ ବସଷ୍ଟାଣ୍ଡ ନିର୍ମାଣକୁ ନୁହେଁ, ବରଂ ଏହାର ସ୍ଥାନ ଚୟନକୁ ନେଇ ଅଛି l
ଆମର ରାଜ୍ୟ ସରକାରଙ୍କୁ ଅନୁରୋଧ, ଖୋର୍ଦ୍ଧାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରକଳ୍ପର ଡିପିଆରକୁ ସଂଶୋଧନ କରନ୍ତୁ, ଅଧିକ ଜମିଥିବା ବିକଳ୍ପ ସ୍ଥାନ ବାଛନ୍ତୁ ଏବଂ ଶୀଘ୍ର ନୂଆ ଟେଣ୍ଡର ଆହ୍ୱାନ କରି ଏହି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ କାର୍ଯ୍ୟକାରୀ କରନ୍ତୁ। ଏହା ଖୋର୍ଦ୍ଧାର ବିକାଶ ଓ ଜନସାଧାରଣଙ୍କ ସୁବିଧା ପାଇଁ ଅତ୍ୟନ୍ତ ଜରୁରୀ ହେବ ବୋଲି ଶ୍ରୀମତୀ ସାହୁ ଦାବୀ କରିଥିଲେ l





