ବଲାଙ୍ଗିର, 23 ଅଗଷ୍ଟ (ହି.ସ.) ସ୍ଥାନୀୟ ଗାନ୍ଧୀନଗର ପଡ଼ା ସ୍ଥିତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ସଚେତନତାମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍କୁଲ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇ ଙ୍କ ମାର୍ଗଦର୍ଶନରେ ରେ ତଥା ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ସ୍ୱରୂପାମଞ୍ଜରୀ ସାମନ୍ତରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛାତ୍ରୀମାନଙ୍କ ମଧ୍ୟରେ ବିଦ୍ୟାଳୟ ସୁରକ୍ଷା,ସାଇବର ସୁରକ୍ଷା,ପରିବେଶ ସୁରକ୍ଷା ଓ ଦାୟିତ୍ୱବୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।
ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ସଚେତନତା ରାଲି ବାହାର କରାଯାଇଥିଲା।ଶିକ୍ଷୟତ୍ରୀ ନୂତନ ନାୟକ,ଯାଜ୍ଞସିନୀ ମହାପାତ୍ର,ଅଂଶୁ ସାହାଣୀ,ପ୍ରିୟମ୍ବଦା ଦେବ,ନମିତା କର,ସବିତା ମିଶ୍ର,ରଶ୍ମିତା ଦାଶ,ସୌମ୍ୟାଶ୍ରୀ ସାହୁ, ସୋମନାଞ୍ଜଳି ସାହୁ,ଧାରାଶ୍ରୀ ଧିମହୀ ବେହେରା,ସଂଗୀତା ସାହୁ,ବିନ୍ଦୁରେଖା ସାହୁ,ଲିଲି ଭୋଇ,ଦୀପ୍ତି ବେହେରା ଓ ଶିକ୍ଷକ ରଞ୍ଜିତ ମିଶ୍ର,ହରି ଖେତୀ,ସୁରେଶ ବାରିକଙ୍କ ସହ ଛାତ୍ରୀମାନେ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେଇ ଲୋକଙ୍କୁ ବିଦ୍ୟାଳୟ ସୁରକ୍ଷା ଓ ସୁରକ୍ଷିତ ଆଚରଣ ସମ୍ପର୍କରେ ସଚେତନ କରିଥିଲେ।ରାଲିରେ ଛାତ୍ରୀମାନଙ୍କ ଉତ୍ସାହ ଓ ଶୃଙ୍ଖଳା ଦେଖିବାକୁ ମିଳିଥିଲା।ଏହି ଅବସରରେ ବଲାଙ୍ଗୀର ପୁଲିସ ପକ୍ଷରୁ ଛାତ୍ରୀମାନଙ୍କୁ ସାଇବର ସୁରକ୍ଷା ଓ ବିଦ୍ୟାଳୟ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା।ବିଶେଷକରି ଅନଲାଇନ୍ ଠକେଇ,ଅଜଣା ଲିଙ୍କ୍ରେ କ୍ଲିକ୍ ନ କରିବା,ବ୍ୟକ୍ତିଗତ ତଥ୍ୟ ଓ ପାସୱାର୍ଡ କାହା ସହିତ ଅନାବଶ୍ୟକ ଭାବେ ଅଂଶୀଦାର ନ କରିବା ଏବଂ ସୋସିଆଲ୍ ମିଡିଆର ସୁରକ୍ଷିତ ବ୍ୟବହାର ନେଇ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା।
ବଲାଙ୍ଗୀର ପୋଲିସ ପକ୍ଷରୁ ସାଇବର କ୍ରାଇମ ର ଆଇଆଇସି ଭାରତୀ ନାଏକ ଓ ଏସଆଇ ବୈଦୁର୍ଯ୍ୟ ପଧାନ ସାଇବର ସୁରକ୍ଷାର ଗୁରୁତ୍ୱ ଉପରେ ଶିକ୍ଷାଦାନ କରି କହିଥିଲେ ଯେ,ଆଜିର ଡିଜିଟାଲ୍ ଯୁଗରେ ଇଣ୍ଟରନେଟ୍ର ସୁବିଧା ସହିତ ଏହାର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଜାଣିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ।ଅଜଣା ବ୍ୟକ୍ତିଙ୍କ ମେସେଜ୍,ଫୋନ୍ କଲ୍ କିମ୍ବା ଲିଙ୍କ୍ ଉପରେ ବିଶ୍ୱାସ ନ କରିବା, ଓଟିପି,ପାସୱାର୍ଡ ଓ ବ୍ୟକ୍ତିଗତ ସୂଚନା କାହାକୁ ନ ଦେବା ଏବଂ କୌଣସି ସନ୍ଦେହଜନକ ଘଟଣା ଘଟିଲେ ଅଭିଭାବକ,ଶିକ୍ଷକ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ଜଣାଇବାକୁ ସେମାନେ ଛାତ୍ରୀମାନଙ୍କୁ ପରାମର୍ଶ ଦେବା ସହ ସାଇବର ସଚେତନତା ହିଁ ଡିଜିଟାଲ୍ ସୁରକ୍ଷାର ପ୍ରଥମ ପଦକ୍ଷେପ ବୋଲି ନିଜ ବକ୍ତବ୍ୟରେ କହିଥିଲେ।ସପ୍ତାହର ଶେଷ ଦିନରେ ବିଦ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ବିଦ୍ୟାଳୟ ର ଶିକ୍ଷୟତ୍ରୀ ଲିଜାରାଣୀ ସାହୁ ଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ।ଛାତ୍ରୀମାନେ ବିଦ୍ୟାଳୟ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ପରିବେଷଣ କରି ସୁରକ୍ଷିତ ବିଦ୍ୟାଳୟ ପରିବେଶର ବାର୍ତ୍ତା ଦେଇଥିଲେ।ଏହା ସହିତ ବିଦ୍ୟାଳୟ ପରିବେଶକୁ ପରିଷ୍କାର ଓ ସୁନ୍ଦର ରଖିବା ପାଇଁ ଛାତ୍ରୀମାନଙ୍କୁ ପ୍ରେରିତ କରାଯାଇଥିଲା।ସପ୍ତାହବ୍ୟାପୀ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ମଧ୍ୟରେ ସୁରକ୍ଷା, ଶୃଙ୍ଖଳା,ସ୍ୱଚ୍ଛତା ଓ ଦାୟିତ୍ୱବୋଧ ବୃଦ୍ଧି କରିବାରେ ସହାୟକ ହେବ ବୋଲି ବିଦ୍ୟାଳୟ ର ଅଭିଭାବକ ମାନେ ମତ ପ୍ରକାଶ କରିଥିଲେ।




