ଭଦ୍ରକ, ୨୫ ଅଗଷ୍ଟ (ହି.ସ.) - ତିହିଡି଼ ବ୍ଲକର ବନ୍ୟା ବିପନ୍ନଙ୍କୁ ତିହିଡି଼ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ଭଦ୍ରକ ଜିଲ୍ଲା ସଭାପତି ରଞ୍ଜିତ ଖଟୁଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତ ୩ଦିନ ଧରି ସିନ୍ଦୋଳ ପଂଚାୟତର ନୂଆସାହି କୋହ୍ଲ ପଂଚାୟତର ବଙ୍ଗାଳିପଡ଼ା ଶ୍ୟାମସୁନ୍ଦରପୁର ପଂଚାୟତର ତଳଦୁମୁକା, ଉପରଦୁମୁକା, ଶ୍ୟାମସୁନ୍ଦରପୁର, ତଳଗୋପବିନ୍ଧା ପଂଚାୟତର ହଟନଗର, ହଟନଗର ମହାଳିକ ସାହି, ମତଗଜପୁର ଗ୍ରାମର ବିପନ୍ନ ଲୋକମାନଙ୍କୁ ୧୫୦୦ ପ୍ୟାକେଟ ଶୁଖିଲା ଖାଦ୍ୟ ଚୁଡା ଗୁଡ, ବିସ୍କୁଟ ବଂଟନ କରାଯାଇଥିଲା।ଏତଦ ବ୍ୟତୀତ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଆବାହକ ସଞ୍ଜୟ ମହାପାତ୍ର,ଅମୂଲ୍ୟ କୁମାର ତ୍ରିପାଠୀ,ସୁବାଷ ଚନ୍ଦ୍ର ବେହେରା, ଜୟଚନ୍ଦ୍ର ବେହେରା, ପାର୍ଥସାରଥୀ ନାୟକ, ସାଇଶମ୍ଭୁ ମିଶ୍ର, ଜଗତାନନ୍ଦ ମହାପାତ୍ର,କୈଳାସ ରାଉଳ,ରମାକାନ୍ତ ନାଥ, ମାଗୁଣି ଚରଣ ନାୟକ,ପହଲି ବଳ,ଚିତରଞ୍ଜନ ବାରିକ,ନଳିନୀକାନ୍ତ ନାୟକ, ହିମାଂଶ ଭଟ୍ଟାଚାର୍ଯ୍ୟ, ଭାସ୍କର ଚନ୍ଦ୍ର ପଣ୍ଡା, ବିଜୟ ବାରିକ, ଏଲି ଭଟ୍ଟାଚାର୍ଯ୍ୟ, ବିଜୟ ନାୟକ, ସୋନମ ନାୟକ,ମମତା ପାଣି,ବାସନ୍ତୀ ରାଉଳ, ମନୋରମା ସ୍ୱାଇଁ, କଳ୍ପନା ନାୟକ ମଞ୍ଜୁବାଳା ବାରିକ ସରପଂଚ ସଞ୍ଜୀବ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ




