ଭୁବନେଶ୍ୱର : ସୁନ୍ଦରଗଡ ଜିଲ୍ଲାର ଶତାଧିକ ବିଜେଡି ନେତା ଓ କର୍ମୀ ଶୁକ୍ରବାର ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।
ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ସଭାପତି ଶ୍ରୀ ଯୋଗେଶ ସିଂଙ୍କ ନେତୃତ୍ୱରେ ଆସିଥିବା ସୁନ୍ଦରଗଡ଼, ତଲସରା ଓ ରାଜଗାଙ୍ଗପୁର ବିଜେଡି ନେତୃବୃନ୍ଦ, କର୍ମୀ ଓ ସାଧାରଣ ଜନତାଙ୍କୁ ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଭେଟିଥିଲେ। ସଭାପତି ସ୍ଥାନୀୟ ଅଂଚଳର ବିଭିନ୍ନ ସୁବିଧା-ଅସୁବିଧା ପଚାରି ବୁଝିବା ସହ ସଙ୍ଗଠନକୁ ମଜଭୁତ କରି ରଖିବାକୁ ପରାମର୍ଶ ଦେଇଛନ୍ତି।
ନବୀନସୁନ୍ଦରଗଡବିଜେଡି ନେତା ଓ କର୍ମୀ






