ଭୁବନେଶ୍ୱର, 02 ଜୁଲାଇ - ବାତିଲ ହେଲା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଥାନ୍ତେ ଅମିତ ଶାହ। କିଛି ବିଶେଷ କାର୍ଯ୍ୟ ପାଇଁ ବାତିଲ ହୋଇଥବା ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ହା ସହିତ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏହା ଏକ ରୁଟିନ ଗସ୍ତ ହୋଇଥିବା ସହ ଦିଲ୍ଲୀରେ ବିଭିନ୍ନ ସାଙ୍ଗଠନିକ ପଦାଧିକାରୀଙ୍କ ସହ ବୈଠକ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି।
ଅମିତ ଶାହଓଡ଼ିଶା ଗସ୍ତ ବାତିଲ






