କେନ୍ଦୁଝର, ୨୬ ଜୁଲାଇ - ନିଟ ପରୀକ୍ଷା ପତ୍ର ଲିକ ନେଇ ଜୀବନକୁ ଜଳାଞ୍ଜଳି ଦେଇ ୨୨ ଜଣ ମେଧାବୀ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି, ଯାହାକି ଭାରତ ବର୍ଷର ଶାସକ ବିଜେପି ଦଳ ଏକ ଅପାରଗ ସରକାରଙ୍କୁ ବିରୋଧ କରି ସାର ରାଜ୍ୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ନିର୍ଦେଶ କ୍ରମେ କ୍ୟାଣ୍ଡେଲ ଶୋଭାଯାତ୍ର କରାଯାଉଛି ।
କେନ୍ଦୁଝର ଜିଲ୍ଲା କଂଗ୍ରେସ ତରଫରୁ କଂଗ୍ରେସ ଭବନ ଠାରୁ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିଥିବା ଛାତ୍ର ଛାତ୍ରୀ ମାନଙ୍କ ଆତ୍ମାର ସଦଗତି ନିମନ୍ତେ କ୍ୟାଣ୍ଡେଲ ଶୋଭାଯାତ୍ର କରିଥିଲେ ଓ ତାଙ୍କ ପରିବାର ସରକାର ଉଚିତ କ୍ଷତି ପୂରଣ ଦେବା ପାଇଁ ସରକାରଙ୍କ ପାଖରେ ଦାବୀ କରିଛନ୍ତି, କେବଳ ଯେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇ ଦେଲେ ହେବନି ପ୍ରଧାନମନ୍ତ୍ରୀ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା ଓ ଭୂଲ ମାଗନ୍ତୁ ଏହା ଏକ ସମ୍ବେଦନଶୀଳ ଘଟଣା ।
ଏହାକୁ ତ୍ୱରନ୍ତ ଗୁରୁତ୍ୱସହକାର ଗ୍ରହଣ କରନ୍ତୁ ବୋଲି କଂଗ୍ରେସ ଦାବୀ କ୍ଷ ଏଥିରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ସଦର ବ୍ଲକ ସଭପତି ଉତମ ସାହୁ, ଡିସିସି ଉପସଭାପତି ଲଳିତ ମୋହନ ନାୟକ, ଡିସିସି ସାଧାରଣ ସମ୍ପାଦକ ସୁଢଳ କୁମାର ସେଠୀ, ଟାଉନ ସଭାପତି ଲୋକନାଥ ଟୁଡୁ, ଖିରୋଦ ପାତ୍ର,ରତ୍ନାକର ଦାସ,ଏହିତ୍ୟ ଦିବ୍ୟ ସିଂହ,ପୂର୍ଣ୍ଣ ଚନ୍ଦ୍ର ଦାସ,ଦିନେଶ ରାଉତ,ପ୍ରଦୀପ ପାତ୍ର ,ପବିତ୍ର ପାତ୍ର ପ୍ରଭୁତି ବହୁ କଂଗ୍ରେସ ପ୍ରେମୀ ଯୋଗ ଦେଇଥିଲେ ।




