ଭୁବନେଶ୍ୱର - ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତା ୧୮ ତାରିଖରୁ ସ୍କୁଲ ଖୋଲିବ ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି। ସ୍କୁଲ ଛୁଟି ବଢିବା ସମ୍ପର୍କିତ ପ୍ରଶ୍ନର ଉତରରେ ମନ୍ତ୍ରୀ କହିଛନ୍ତି ଯେ ଏବେ ମୌସୁମୀ ଆସୁଛି, ପାଗ ଥଣ୍ଡା ପଡ଼ିଲାଣି ।ଛୁଟି ବଢ଼ିବା ନେଇ ସେମିତି କିଛି ସ୍ଥିତି ନାହିଁ। ୧୮ ତାରିଖ ବେଳକୁ ଗରମ ଥିଲେ, ସ୍ଥିତି ଦେଖି ନିଷ୍ପତି ନିଆଯିବ। ପିଲାଙ୍କ ପାଠପଢ଼ା ଗୁରୁତ୍ୱ ଦୃଷ୍ଟିରୁ ସ୍କୁଲ ଖୋଲିବାକୁ ନିଷ୍ପତି ହୋଇଛି।
odisha schoolsnityananda gandaodishaodia news





