ଗଞ୍ଜାମ, ୨୦ ଅଗଷ୍ଟ (ହି.ସ.)- ପୋଲାଣ୍ଡରେ ଟ୍ରେନିଂ ନେଇ ଫେରିଲେ ବ୍ରହ୍ମପୁରର ବିଶ୍ୱଜିତ ଦାସ । ବ୍ୟୋମ ସେତୁ ଆନାଲଗ ସ୍ପେସ ମିଶନରୁ ୧ ମାସ ଟ୍ରେନିଂ ନେଇଥିବା ସେ ହେଉଛନ୍ତି ପ୍ରଥମ ଓଡ଼ିଆ ସ୍ପେସ ଆର୍କିଟେକ୍ଟ । ବିଶ୍ୱଜିତଙ୍କ ତତ୍ୱାବଧାନରେ ପୋଲାଣ୍ଡରେ ଏହି ପ୍ରଶିକ୍ଷଣରେ ଭାରତରୁ ମାତ୍ର ୭ ଜଣ ଭାଗ ନେଇଥିଲେ । ଏଥିରେ ଯୁଦ୍ଧ ଜାହାଜ ଗୁଡିକର ପାଇଲଟ୍ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ବିଶେଷ କରି ଉଚ୍ଚ ଆକାଶରେ ଉଡୁଥିବା ସମୟରେ ପାଇଲଟ୍ ମାନେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରୁ ନିଜକୁ କିପରି ସୁରକ୍ଷିତ ରଖିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା ।
ସେହିପରି ମହାକାଶକୁ ପଠାଯାଉଥିବା ସାଟେଲାଇଟ ର ଡିଜାଇନ୍ ଉପରେ ମଧ୍ୟ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
Regional




