ଭୁବନେଶ୍ୱର, 13 ଜୁଲାଇ- ଗତକାଲି ମୁଖ୍ୟମନ୍ତ୍ରୀ ବିଜେପି 25 ବର୍ଷ ଶାସନ କରିବ ମନ୍ତବ୍ୟ ଉପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏ ସରକାର ୨ ବର୍ଷରେ ଆଣ୍ଠେଇଲାଣି, ୨୫ ବର୍ଷ କଣ ଶାସନ କରିବେ ।
ମୁଖ୍ୟମନ୍ତ୍ରୀ ଏପରି ମନ୍ତବ୍ୟ ଦେବା ଉଚିତ ନୁହେଁ। ବିଜେପିକୁ କ୍ଷମତା ଲୋଭି ଲୋକ ଯାଉଛନ୍ତି। କଂଗ୍ରେସରୁ କେହି ଜଣେ ହେଲେ ବିଜେପି ଯିବେ ନାହିଁ। ୨ ବର୍ଷରେ ସରକାର ଆଣ୍ଠେଇ ପଡ଼ିଲାଣି। ଓଡ଼ିଶାବାସୀଙ୍କ ଆଶା ସରକାର ଧୂଳିସାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶସ୍ତା ମନ୍ତବ୍ୟ ଦେବା ଠିକ୍ ନୁହେଁ। ଦୁର୍ନୀତି ଗସ୍ତ ନେତାଙ୍କୁ ଏବେ ସବୁ ବିଜେପି ଯାଉଛନ୍ତି। ତେଣୁ ନିଜେ ବଂଚିବା ପାଇଁ ବିଜେପିକୁ ଯାଉଛନ୍ତି ବୋଲି ସେ କହିଛନ୍ତି ।






