ଭୁବନେଶ୍ୱର, 12 ଜୁଲାଇ - ଝାରସୁଗୁଡାରେ ବିଜେପି କନ୍ଦଳ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ, ଆମ ଦଳରେ ବିବାଦ ନାହିଁ କି ଝଗଡା ନାହିଁ | ଦଳରେ କୌଣସି କନ୍ଦଳ ନାହିଁ |ଭାଇରଲ ଭିଡିଓକୁ ଆମେ ବିଶ୍ୱାସ କରୁନାହୁଁ ବାସ୍ତବ ସ୍ଥିତିକୁ ଯାଆନ୍ତୁ | ଅନେକ ଲୋକ କହୁଥିଲେ ଭାରତୀୟ ଜନତା ପାର୍ଟି ସରକାର କଣ କରିବ | ଲୋକ ଚାହିଁଲେ ସରକାର ହେଲା, ତେଣୁ ବାସ୍ତବ ସ୍ଥିତିକୁ ଯିବାକୁ ପଡିବ | ଗାଁ ଗହଳିରେ ଦେଖନ୍ତୁ ବାସ୍ତବ ସ୍ଥିତି କେମିତି ଅଛି | ଲୋକ ବିଜେପିକୁ ଭଲ ପାଉଛନ୍ତି କି ନାହିଁ ତାହା ଦେଖନ୍ତୁ | ସମସ୍ତେ ଏକ ହୋଇ କାମ କରୁଛନ୍ତି | ଆମେ ଏକ ହୋଇ ନଥିଲେ ଖଣ୍ଡେ ଭୋଟ ମିଳି ନଥାନ୍ତା | ଏକାଠି ଅଛୁ ବୋଲି ସରକାର କରିଛୁ ଓ କୋଡିଏ ସାଂସଦ ଜିତିଛୁ ।
ବିଜେପିମନମୋହନ ସାମଲ






