ଅନୁଗୁଳ : ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଶନିବାର ଅନୁଗୋଳ ରେଳ ଷ୍ଟେସନରୁ ରାଜଧାନୀ ସୁପର ଫାଷ୍ଟ ଏକ୍ସପ୍ରେସରେ ନିଉ ଦିଲ୍ଲୀ ଗସ୍ତ କରିଛନ୍ତି । ଢେଙ୍କାନାଳ ସଂସଦୀୟ କ୍ଷେତ୍ର ର ବିଭିନ୍ନ ସମସ୍ୟାକୁ ନେଇ ସାଂସଦ ଦିଲ୍ଲୀ ଗସ୍ତ କରିଛନ୍ତି । ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ଙ୍କୁ ଭେଟି ନିର୍ବାଚନ ମଣ୍ଡଳୀ ର ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବେ ସାଂସଦ । ଆଗାମୀ 20 ତାରିଖରେ ପାର୍ଲିଆମେଣ୍ଟ ଅଧିବେଶନ ଚାଲିବାକୁ ଥିବା ବେଳେ ବିଭିନ୍ନ ସମସ୍ୟା ଉପରେ ପ୍ରଶ୍ନ ଦାଖଲ କରିବେ ସାଂସଦ ଓ ବିଭିନ୍ନ କମିଟି ବୈଠକ ରେ ଯୋଗଦେବେ। ଢେଙ୍କାନାଳ ସାଂସଦ ଶ୍ରୀ ପାଣି ସଦାସର୍ବଦା ନିର୍ବାଚନ ମଣ୍ଡଳୀ ବୁଲିବା ସହ କାର୍ଯ୍ୟକର୍ତା ଓ ଜନସାଧାରଣ ଙ୍କ ସୁଖ ଦୁଃଖ ରେ ସାମିଲ ହୋଇଥାନ୍ତି । ଜଣେ ସରଳ ନିଷ୍କପଟ ବ୍ୟକ୍ତିତ୍ୱ ତଥା 1974 ମସିହାରୁ ରାଷ୍ଟ୍ରସେବାରେ ବ୍ରତୀ ହୋଇ କାର୍ଯ୍ୟରତ ସାଂସଦ ଶ୍ରୀ ପାଣି ।






