କନ୍ଧମାଳ, ୧୮ ଜୁନ୍ - କନ୍ଧମାଳ ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌର।ର୍ଜଜ୍ ତଥା ଏଫ୍.ଟି.ଏସ୍.ସି ବିଚାରପତି, କୈଳାସ ଚନ୍ଦ୍ର ସ୍ୱାଇଁ ଫୁଲବାଣୀ ସଦର ଥାନାର ଏକ ମାମଲା ୨୨୯।୨୦୨୫ ଏବଂ ସି.ଟି. କେସ୍ ନଂ. ୬୧। ୨୦୨୫ ମାମଲାର ବିଚାର କରି ଦୋଷୀ ଦିଲ୍ଲିପ ଓରଫ ଉପେନ୍ଦ୍ର କହଁରକୁ ଧାରା ୬୪(୨)(ଏମ୍) ବିଏନଏସ, ଆର/ଡବ୍ଲ୍ୟୁ ଧାରା ୬(୧) ପୋକ୍ସ୍ସୋ୍ ଆଇନରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ କରିଛନ୍ତି । ଜରିମାନା ଅନାଦେୟ ୧ ବର୍ଷ ଅଧିକ କାରାଦଣ୍ଡ ଭୋଗ କରିବାକୁ ମଧ୍ୟ ଆଦେଶ କରିଛନ୍ତି ।
ମାମଲାର ବିବରଣୀ ମୁତାବକ, ଗତ ଡିସେମ୍ବର, ୨୦୨୪ ମସିହା, ଫୁଲବାଣୀ ସଦର ଥାନା ଅଂଚଳର ଜଣେ ୧୬ ବର୍ଷର ନାବାଳିକା କଲେଜ୍ ରୁ ଘରକୁ ଫେରୁଥିବା ବେଳେ ଦିଲ୍ଲିପ ଗୋଟିଏ ପରିତ୍ୟକ୍ତ କେନ୍ଦୁପତ୍ର ଗୋଦାମ ଭିତରକୁ ଟାଣି ନେଇ ତା ସହିତ ବାରମ୍ବାର ଦୁଷ୍କର୍ମ କରିଥିଲା । ଏହି କଥା। ଘର ଲୋକଙ୍କୁ କହିଲେ ତାକୁ ଜୀବନରେ ମାରିଦେବି ବୋଲି ଧମକ ମଧ୍ୟ ଦେଇଥିବା ନେଇ ପୀଡିତା କୋର୍ଟରେ ନିଜ ବୟାନରେ କହିଛି । କିଛି ଦିନ ପରେ ପୀଡିତା, ଗର୍ଭବତୀ ହୋଇଥିଲା। ହେଲେ ଲଜ୍ଜାରେ କାହାକୁ କିଛି କହି ନଥିଲା । ତାଙ୍କ ଘର ଲୋକ ଜାଣିବା ପରେ ପୀଡିତା ଥାନାରେ ଏତଲା ଦେଇଥିଲା । ଏହି କେସ୍ ରେ ୨୩ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପ୍ରମାଣ ଆଧାରରେ ବିଚାରପତି ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି l ଏଥି ସହ ପୀଡିତାଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଫୁଲବାଣୀ ଆଇନସେବା ପ୍ରାଧିକରଣକୁ ଆଦେଶ ଦେଇଛନ୍ତି।
ମାମଲାକୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ରାଜ୍ କୁମାର ବେହେର। ପରିଚାଳନା କରୁଥିବା ବେଳେ ତ୍ରିଲୋଚନ ପରିଡା, ଡିଡିପି କନ୍ଧମାଳ ଏବଂ ପୂର୍ଣ୍ଣ ଚନ୍ଦ୍ର ନାଗ, ପି.ପି. ଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା l ଏହି ମାମଲାର ତଦନ୍ତକାରୀ ଅଧିକାରୀ ଏସ୍.ଆଇ ଲକ୍ଷ୍ମୀ ଖୁଣ୍ଟିଆଙ୍କୁ ତାଙ୍କର ନିରପେକ୍ଷ ତଦନ୍ତ ପାଇଁ ଧନ୍ୟବାଦ ଦିଆଯାଇଛି l


